ପ୍ରଥମ ଶାମୁୟେଲ 20 : 1 (ORV)
ଅନନ୍ତର ଦାଉଦ ରାମାସ୍ଥିତ ନାୟୋତରୁ ପଳାଇ ଆସି ଯୋନାଥନ ଆଗରେ କହିଲେ, ମୁଁ କଅଣ କଲି? ମୋହର ଅପରାଧ କଅଣ? ଓ ତୁମ୍ଭ ପିତାଙ୍କ ଛାମୁରେ ମୋହର ପାପ କଅଣ ଯେ, ସେ ମୋର ପ୍ରାଣ ଚାହୁଁଅଛନ୍ତି?
ପ୍ରଥମ ଶାମୁୟେଲ 20 : 2 (ORV)
ତହୁଁ ସେ ତାଙ୍କୁ କହିଲା; ଏହା ନ ହେଉ; ତୁମ୍ଭେ ମରିବ ନାହିଁ; ଦେଖ, ମୋହର ପିତା ମୋର କର୍ଣ୍ଣଗୋଚର ନ କରି ବଡ଼ କି ସାନ କୌଣସି କର୍ମ କରନ୍ତି ନାହିଁ; ତେବେ ମୋହର ପିତା ମୋʼଠାରୁ ଏହି କଥା କାହିଁକି ଗୋପନ କରିବେ? ସେପରି ନୁହେଁ ।
ପ୍ରଥମ ଶାମୁୟେଲ 20 : 3 (ORV)
ତହିଁରେ ଦାଉଦ ଶପଥ କରି ପୁନର୍ବାର କହିଲେ, ମୁଁ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏହା ତୁମ୍ଭ ପିତା ଉତ୍ତମ ରୂପେ ଜାଣନ୍ତି; ଏଣୁ ସେ କହନ୍ତି, ଯୋନାଥନ ଏହା ନ ଜାଣୁ, ଜାଣିଲେ ସେ ଦୁଃଖିତ ହେବ; ମାତ୍ର ଯାହା ହେଉ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ କହୁଅଛି ଯେ, ମୋର ଓ ମରଣ ମଧ୍ୟରେ ପହଣ୍ତେ ମାତ୍ର ଅଛି ।
ପ୍ରଥମ ଶାମୁୟେଲ 20 : 4 (ORV)
ତେବେ ଯୋନାଥନ ଦାଉଦଙ୍କୁ କହିଲା, ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ତାହା ମୁଁ ତୁମ୍ଭ ପାଇଁ କରିବି ।
ପ୍ରଥମ ଶାମୁୟେଲ 20 : 5 (ORV)
ତହୁଁ ଦାଉଦ ଯୋନାଥନକୁ କହିଲେ, ଦେଖ, କାଲି ଅମାବାସ୍ୟା, ପୁଣି ରାଜାଙ୍କ ସଙ୍ଗେ ଭୋଜନରେ ବସିବା ପାଇଁ ମୋତେ ତ୍ରୁଟି କରିବାକୁ ହେବ ନାହିଁ; ମାତ୍ର ମୋତେ ଯିବାକୁ ଦିଅ, ମୁଁ ତୃତୀୟ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତ୍ରରେ ଲୁଚି ରହିବି ।
ପ୍ରଥମ ଶାମୁୟେଲ 20 : 6 (ORV)
ଯେବେ ତୁମ୍ଭ ପିତା ମୋʼ ବିଷୟ କିଛି ପଚାରିବେ, ତେବେ କହିବ, ଦାଉଦ ଆପଣା ନଗର ବେଥ୍ଲିହିମ୍କୁ ଧାଇଁ ଯିବା ପାଇଁ ମୋତେ ବହୁତ କହିଲା, କାରଣ ସେସ୍ଥାନରେ ସମୁଦାୟ ପରିବାର ନିମନ୍ତେ ବାର୍ଷିକ ବଳିଦାନ ହେବ ।
ପ୍ରଥମ ଶାମୁୟେଲ 20 : 7 (ORV)
ଏଥିରେ ସେ ଯେବେ କହିବେ, ଭଲ, ତେବେ ତୁମ୍ଭ ଦାସର କୁଶଳ ହେବ; ମାତ୍ର ସେ ଯେବେ ଅତି କ୍ରୋଧ କରନ୍ତି, ତେବେ ଜାଣ ଯେ, ତାଙ୍କ ଦ୍ଵାରା ଅମଙ୍ଗଳ ସ୍ଥିର ହୋଇଅଛି ।
ପ୍ରଥମ ଶାମୁୟେଲ 20 : 8 (ORV)
ଏହେତୁ ତୁମ୍ଭେ ଆପଣାର ଦାସ ପ୍ରତି ଦୟା କର; କାରଣ ତୁମ୍ଭେ ଆପଣା ସହିତ ଆପଣା ଦାସକୁ ସଦାପ୍ରଭୁଙ୍କ ଏକ ନିୟମରେ ଆବଦ୍ଧ କରିଅଛ; ମାତ୍ର ମୋହର ଯେବେ କୌଣସି ଅପରାଧ ଥାଏ, ତେବେ ତୁମ୍ଭେ ନିଜେ ମୋତେ ବଧ କର; ତୁମ୍ଭ ପିତାଙ୍କ ନିକଟକୁ କାହିଁକି ମୋତେ ନେଇ ଯିବ?
ପ୍ରଥମ ଶାମୁୟେଲ 20 : 9 (ORV)
ତହିଁରେ ଯୋନାଥନ କହିଲା, ତାହା ତୁମ୍ଭଠାରୁ ଦୂର ହେଉ; କାରଣ ତୁମ୍ଭ ପ୍ରତି ଅମଙ୍ଗଳ ଘଟଣା ମୋʼ ପିତାଙ୍କ ଦ୍ଵାରା ସ୍ଥିର ହୋଇଥିବାର ଯେବେ ମୁଁ ଜାଣିବି, ତେବେ ମୁଁ କି ତାହା ତୁମ୍ଭକୁ କହିବି ନାହିଁ?
ପ୍ରଥମ ଶାମୁୟେଲ 20 : 10 (ORV)
ତହୁଁ ଦାଉଦ ଯୋନାଥନକୁ କହିଲେ, ତୁମ୍ଭ ପିତା ଯେବେ କଟୁ ଭାବରେ ତୁମ୍ଭକୁ ଉତ୍ତର ଦେବେ, ତେବେ କିଏ ମୋତେ କହିବ?
ପ୍ରଥମ ଶାମୁୟେଲ 20 : 11 (ORV)
ତହିଁରେ ଯୋନାଥନ ଦାଉଦଙ୍କୁ କହିଲା, ଆସ, ଆମ୍ଭେମାନେ କ୍ଷେତ୍ରକୁ ଯାଉ । ତହିଁରେ ସେ ଦୁହେଁ ବାହାରି କ୍ଷେତ୍ରକୁ ଗଲେ ।
ପ୍ରଥମ ଶାମୁୟେଲ 20 : 12 (ORV)
ଏଉତ୍ତାରେ ଯୋନାଥନ ଦାଉଦଙ୍କୁ କହିଲା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ସାକ୍ଷୀ ରହିଲେ; ମୁଁ କାଲି ଏହି ସମୟରେ ବା ତୃତୀୟ ଦିନରେ ଆପଣା ପିତାଙ୍କ ମନ ବୁଝିଲା ଉତ୍ତାରେ, ଦେଖ, ଯେବେ ଦାଉଦଙ୍କ ପକ୍ଷରେ ମଙ୍ଗଳ ଥାଏ, ତେବେ ମୁଁ ତୁମ୍ଭ କତିକି ଲୋକ ପଠାଇ କି ତାହା ତୁମ୍ଭ କର୍ଣ୍ଣଗୋଚର ନ କରିବି?
ପ୍ରଥମ ଶାମୁୟେଲ 20 : 13 (ORV)
ତୁମ୍ଭର ଅମଙ୍ଗଳ କରିବା ମୋʼ ପିତାଙ୍କର ମାନସ ଥିଲେ, ଯେବେ ମୁଁ ତାହା ତୁମ୍ଭ କର୍ଣ୍ଣଗୋଚର ନ କରେ ଓ ତୁମ୍ଭେ କୁଶଳରେ ଯିବା ପାଇଁ ଯେବେ ତୁମ୍ଭକୁ ପଠାଇ ନ ଦିଏ, ତେବେ ସଦାପ୍ରଭୁ ସେହି ଦଣ୍ତ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ । ସଦାପ୍ରଭୁ ଯେପରି ମୋ ପିତାଙ୍କ ସଙ୍ଗୀ ହୋଇଅଛନ୍ତି, ସେପରି ତୁମ୍ଭ ସଙ୍ଗରେ ହେଉନ୍ତୁ, ।
ପ୍ରଥମ ଶାମୁୟେଲ 20 : 14 (ORV)
ହେଲେ ମୁଁ ଯେପରି ନ ମରେ, ଏଥିପାଇଁ ମୋହର ଯାବଜ୍ଜୀବନ ତୁମ୍ଭେ ସଦାପ୍ରଭୁଙ୍କ ଦୟା ମୋʼ ପ୍ରତି ପ୍ରକାଶ କରିବ;
ପ୍ରଥମ ଶାମୁୟେଲ 20 : 15 (ORV)
କେବଳ ତାହା ନୁହେଁ, ସଦାକାଳ ମୋʼ ବଂଶରୁ ତୁମ୍ଭେ ଆପଣା ଦୟା ଉଚ୍ଛିନ୍ନ କରିବ ନାହିଁ; ନା, ସଦାପ୍ରଭୁ ଦାଉଦଙ୍କର ପ୍ରତ୍ୟେକ ଶତ୍ରୁକୁ ଭୂତଳରୁ ଉଚ୍ଛିନ୍ନ କଲା ଉତ୍ତାରେ ମଧ୍ୟ କରିବ ନାହିଁ ।
ପ୍ରଥମ ଶାମୁୟେଲ 20 : 16 (ORV)
ଏହିରୂପେ ଯୋନାଥନ ଦାଉଦ ବଂଶ ସହିତ ନିୟମ ସ୍ଥିର କରି କହିଲା, ସଦାପ୍ରଭୁ ଦାଉଦଙ୍କ ଶତ୍ରୁମାନଙ୍କ ହସ୍ତରୁ ପରିଶୋଧ ନେବେ ।
ପ୍ରଥମ ଶାମୁୟେଲ 20 : 17 (ORV)
ଆଉ ଯୋନାଥନ ଦାଉଦଙ୍କୁ ସ୍ନେହ କରିବାରୁ ପୁନର୍ବାର ତାଙ୍କୁ ଶପଥ କରାଇଲା; କାରଣ ସେ ତାଙ୍କୁ ଆପଣା ପ୍ରାଣ ସମାନ ସ୍ନେହ କଲା ।
ପ୍ରଥମ ଶାମୁୟେଲ 20 : 18 (ORV)
ପୁଣି ଯୋନାଥନ ତାଙ୍କୁ କହିଲା, କାଲି ଅମାବାସ୍ୟା; ଆଉ ତୁମ୍ଭ ଆସନ ଶୂନ୍ୟ ହେଲେ ତୁମ୍ଭେ ଖୋଜାଯିବ ।
ପ୍ରଥମ ଶାମୁୟେଲ 20 : 19 (ORV)
ଏଣୁ ତୁମ୍ଭେ ତିନି ଦିନ ରହିଲା ଉତ୍ତାରେ ଶୀଘ୍ର ଯାଇ କାର୍ଯ୍ୟ-ଦିନରେ ଯେଉଁଠାରେ ଆପଣାକୁ ଲୁଚାଇଥିଲ, ସେହି ସ୍ଥାନରେ ଏଷଲ ନାମକ ପଥର ପାଖରେ ରହିବ ।
ପ୍ରଥମ ଶାମୁୟେଲ 20 : 20 (ORV)
ପୁଣି ମୁଁ ଲକ୍ଷ୍ୟ କରିବା ଛଳରେ ତହିଁର ପାର୍ଶ୍ଵକୁ ତିନି ତୀର ମାରିବି ।
ପ୍ରଥମ ଶାମୁୟେଲ 20 : 21 (ORV)
ଆଉ ଦେଖ, ମୁଁ ଏକ ବାଳକକୁ ପଠାଇ କହିବି, ଯାଇ ତୀର ଖୋଜ । ମୁଁ ଯେବେ ସେହି ବାଳକକୁ କହେ, ଦେଖ, ତୀର ତୁମ୍ଭ ଏପାଖରେ ଅଛି, ତାହା ନେଇ ଆସ; ତେବେ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭ ପାଇଁ ମଙ୍ଗଳ ଅଛି, କୌଣସି ଭୟ ନାହିଁ ।
ପ୍ରଥମ ଶାମୁୟେଲ 20 : 22 (ORV)
ମାତ୍ର ଦେଖ, ତୁମ୍ଭ ସେପାଖରେ ତୀର ଅଛି, ଯେବେ ମୁଁ ସେ ବାଳକକୁ ଏପରି କହେ; ତେବେ ତୁମ୍ଭେ ଚାଲି ଯାଅନ୍ତକାରଣ ସଦାପ୍ରଭୁ ତୁମ୍ଭକୁ ବିଦାୟ କଲେ ।
ପ୍ରଥମ ଶାମୁୟେଲ 20 : 23 (ORV)
ଆଉ ଦେଖ, ତୁମ୍ଭର ଓ ମୋହର ଏହି କଥୋପକଥନ ବିଷୟରେ ସଦାପ୍ରଭୁ ତୁମ୍ଭ ଓ ମୋʼ ମଧ୍ୟରେ ସାକ୍ଷୀ ରହିଲେ ।
ପ୍ରଥମ ଶାମୁୟେଲ 20 : 24 (ORV)
ତହିଁରେ ଦାଉଦ କ୍ଷେତ୍ରରେ ଲୁଚିଲେ; ପୁଣି ଅମାବାସ୍ୟା ଉପସ୍ଥିତ ହୁଅନ୍ତେ, ରାଜା ଭୋଜନରେ ବସିଲେ ।
ପ୍ରଥମ ଶାମୁୟେଲ 20 : 25 (ORV)
ଆଉ ରାଜା ଅନ୍ୟ ସମୟ ପରି କାନ୍ଥ ନିକଟସ୍ଥ ଆପଣା ଆସନରେ ବସିଲେ; ଏଥିରେ ଯୋନାଥନ ଠିଆ ହେଲା ଓ ଅବ୍ନର ଶାଉଲଙ୍କ ପାଖରେ ବସିଲା; ମାତ୍ର ଦାଉଦଙ୍କର ସ୍ଥାନ ଶୂନ୍ୟ ଥିଲା ।
ପ୍ରଥମ ଶାମୁୟେଲ 20 : 26 (ORV)
ତଥାପି ସେହିଦିନ ଶାଉଲ କିଛି କହିଲେ ନାହିଁ; କାରଣ ସେ ବିଚାର କଲେ, ତାହାକୁ କିଛି ଘଟିଅଛି, ସେ ଶୁଚି ନାହିଁ; ସେ ଅବଶ୍ୟ ଶୁଚି ନ ଥିବ ।
ପ୍ରଥମ ଶାମୁୟେଲ 20 : 27 (ORV)
ମାତ୍ର ଅମାବାସ୍ୟାର ପର ଦିବସ ଦ୍ଵିତୀୟ ଦିନରେ ଦାଉଦଙ୍କର ସ୍ଥାନ ଶୂନ୍ୟ ହେଲା; ତହିଁରେ ଶାଉଲ ଆପଣା ପୁତ୍ର ଯୋନାଥନକୁ କହିଲେ, ଯିଶୀର ପୁତ୍ର କିହେତୁ ଭୋଜନକୁ ଆସୁ ନାହିଁ, କାଲି ନାହିଁ କି ଆଜି ନାହିଁ?
ପ୍ରଥମ ଶାମୁୟେଲ 20 : 28 (ORV)
ତହୁଁ ଯୋନାଥନ ଶାଉଲଙ୍କୁ ଉତ୍ତର କଲା, ଦାଉଦ ବେଥ୍ଲିହିମ୍କୁ ଯିବା ପାଇଁ ମୋତେ ବହୁତ କହିଲା,
ପ୍ରଥମ ଶାମୁୟେଲ 20 : 29 (ORV)
ଆଉ ସେ କହିଲା, ବିନୟ କରୁଅଛି, ମୋତେ ଯିବାକୁ ଦିଅ; କାରଣ ନଗରରେ ମୋର ପରିବାର ପାଇଁ ବଳିଦାନ ହେବାର ଅଛି ଓ ସେଠାରେ ଉପସ୍ଥିତ ହେବା ପାଇଁ ମୋହର ଭାଇ ମୋତେ ଆଜ୍ଞା ଦେଇଅଛନ୍ତି । ଏହେତୁ ମୁଁ ଯେବେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ବିନୟ କରୁଅଛି, ମୋର ଭାଇମାନଙ୍କୁ ଦେଖାଇବା ପାଇଁ ମୋତେ ଛାଡ଼ିଦିଅ । ଏହି କାରଣରୁ ସେ ରାଜାଙ୍କ ମେଜକୁ ଆସି ନାହିଁ ।
ପ୍ରଥମ ଶାମୁୟେଲ 20 : 30 (ORV)
ଏଥିରେ ଯୋନାଥନ ପ୍ରତି ଶାଉଲଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା ଓ ସେ ତାହାକୁ କହିଲେ, ଆରେ ବିପଥଗାମିନୀ ଦ୍ରୋହିଣୀର ପୁତ୍ର, ତୁ ଯେ ଆପଣାର ଲଜ୍ଜା ଓ ଆପଣା ମାତାର ଆବରଣୀୟର ଲଜ୍ଜା ନିମନ୍ତେ ଯିଶୀର ପୁତ୍ରକୁ ମନୋନୀତ କରିଅଛୁ, ଏହା କʼଣ ମୁଁ ଜାଣୁ ନାହିଁ?
ପ୍ରଥମ ଶାମୁୟେଲ 20 : 31 (ORV)
କାରଣ ସେହି ଯିଶୀର ପୁତ୍ର ଯେଯାଏ ଭୂତଳରେ ବଞ୍ଚିଥାଏ, ସେଯାଏ, ତୁ, କି ତୋʼ ରାଜ୍ୟ ସ୍ଥିର ହେବ ନାହିଁ । ଏଥିପାଇଁ ଏବେ ଲୋକ ପଠାଇ ତାକୁ ମୋʼ କତିକି ଅଣା, କାରଣ ସେ ନିଶ୍ଚୟ ମରିବ ।
ପ୍ରଥମ ଶାମୁୟେଲ 20 : 32 (ORV)
ତହିଁରେ ଯୋନାଥନ ଆପଣା ପିତା ଶାଉଲଙ୍କୁ ଉତ୍ତର କରି କହିଲା, ସେ କାହିଁକି ହତ ହେବ? ସେ କଅଣ କରିଅଛି?
ପ୍ରଥମ ଶାମୁୟେଲ 20 : 33 (ORV)
ତହୁଁ ଶାଉଲ ତାହାକୁ ଆଘାତ କରିବା ପାଇଁ ତାହା ଉପରକୁ ଆପଣା ବର୍ଚ୍ଛା ଫୋପାଡ଼ିଲେ; ତଦ୍ଦ୍ଵାରା ଯୋନାଥନ ଜାଣିଲା ଯେ, ଦାଉଦଙ୍କୁ ବଧ କରିବା ଆପଣା ପିତାଙ୍କ ଦ୍ଵାରା ସ୍ଥିରୀକୃତ ହୋଇଅଛି ।
ପ୍ରଥମ ଶାମୁୟେଲ 20 : 34 (ORV)
ଏହେତୁ ଯୋନାଥନ ପ୍ରଚଣ୍ତ କ୍ରୋଧରେ ମେଜରୁ ଉଠିଲା ଓ ମାସର ଦ୍ଵିତୀୟ ଦିନରେ କିଛି ଭୋଜନ କଲା ନାହିଁ; କାରଣ ତାହାର ପିତା ଦାଉଦଙ୍କର ଅପକାର କରିବାରୁ ସେ ତାଙ୍କ ଲାଗି ଦୁଃଖିତ ହେଲା ।
ପ୍ରଥମ ଶାମୁୟେଲ 20 : 35 (ORV)
ଏଉତ୍ତାରେ ପ୍ରାତଃକାଳରେ ଯୋନାଥନ ଦାଉଦଙ୍କ ସହିତ ନିରୂପିତ ସମୟରେ କ୍ଷେତ୍ରକୁ ବାହାରି ଗଲା, ଆଉ ତାହା ସଙ୍ଗେ ଗୋଟିଏ ସାନ ବାଳକ ଥିଲା ।
ପ୍ରଥମ ଶାମୁୟେଲ 20 : 36 (ORV)
ପୁଣି ସେ ଆପଣା ବାଳକକୁ କହିଲା, ମୁଁ ଯେଉଁ ତୀର ମାରିବି, ତାହାସବୁ ତୁ ଦୌଡ଼ି ଯାଇ ଖୋଜ୍ । ଏଥିରେ ବାଳକ ଦୌଡ଼ନ୍ତେ, ସେ ତାହା ଉପର ଦେଇ ଯିବାକୁ ତୀର ମାରିଲା ।
ପ୍ରଥମ ଶାମୁୟେଲ 20 : 37 (ORV)
ଆଉ ଯୋନାଥନ ଯେଉଁ ସ୍ଥାନକୁ ତୀର ମାରିଥିଲା, ସେହି ସ୍ଥାନରେ ବାଳକ ଉପସ୍ଥିତ ହୁଅନ୍ତେ, ଯୋନାଥନ ବାଳକକୁ ଡାକି କହିଲା, ତୀର ତୋʼ ସେପାଖରେ ଅଛି ପରା?
ପ୍ରଥମ ଶାମୁୟେଲ 20 : 38 (ORV)
ଆହୁରି ଯୋନାଥନ ବାଳକକୁ ଡାକି କହିଲା, ଚଞ୍ଚଳ ଦୌଡ଼୍, ରହ ନା । ତହିଁରେ ଯୋନାଥନର ବାଳକ ତୀର ସାଉଣ୍ଟି ଆପଣା ପ୍ରଭୁ ନିକଟକୁ ଆସିଲା ।
ପ୍ରଥମ ଶାମୁୟେଲ 20 : 39 (ORV)
ମାତ୍ର ସେ ବାଳକ କିଛି ଜାଣିଲା ନାହିଁ; କେବଳ ଯୋନାଥନ ଓ ଦାଉଦ ସେ କଥା ଜାଣିଲେ ।
ପ୍ରଥମ ଶାମୁୟେଲ 20 : 40 (ORV)
ଏଉତ୍ତାରେ ଯୋନାଥନ ଆପଣା ବାଳକ ହସ୍ତରେ ଆପଣା ଶସ୍ତ୍ରାଦି ଦେଇ ତାହାକୁ କହିଲା, ଯା, ଏସବୁ ନଗରକୁ ନେ ।
ପ୍ରଥମ ଶାମୁୟେଲ 20 : 41 (ORV)
ପୁଣି ବାଳକ ଯିବା ମାତ୍ରେ ଦାଉଦ ଦକ୍ଷିଣ ଆଡ଼ର ଏକ ସ୍ଥାନରୁ ଉଠିଲେ ଓ ଭୂମିଷ୍ଠ ହୋଇ ତିନିଥର ପ୍ରଣାମ କଲେ; ପୁଣି ସେମାନେ ପରସ୍ପରକୁ ଚୁମ୍ଵନ କଲେ ଓ ଏକ ଆରେକ ସଙ୍ଗେ ରୋଦନ କଲେ, ମାତ୍ର ଦାଉଦ ବଳି ପଡ଼ିଲେ ।
ପ୍ରଥମ ଶାମୁୟେଲ 20 : 42 (ORV)
ଏଥିରେ ଯୋନାଥନ ଦାଉଦଙ୍କୁ କହିଲା, କୁଶଳରେ ଯାଅ, ଆମ୍ଭେ ଦୁହେଁ ତ ସଦାପ୍ରଭୁଙ୍କ ନାମରେ ଶପଥ କରି କହିଅଛୁ, ସଦାପ୍ରଭୁ ସର୍ବଦା ମୋର ଓ ତୁମ୍ଭର, ପୁଣି ମୋʼ ବଂଶ ଓ ତୁମ୍ଭ ବଂଶର ମଧ୍ୟବର୍ତ୍ତୀ ହେଉନ୍ତୁ । ତହୁଁ ସେ ଉଠି ପ୍ରସ୍ଥାନ କଲେ, ପୁଣି ଯୋନାଥନ ନଗରକୁ ଗଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42

BG:

Opacity:

Color:


Size:


Font: